Saturday, April 25, 2020

ନୂଆ ବରଷ

 

 

 

                   

                         
                             
ନୂଆ ବର୍ଷର ନୂଆ ଚିନ୍ତା ନେଇ
ଧରାପୃଷ୍ଠକୁ ଆସିଛି ନୂଆ ବର୍ଷ
ଆଶା ଆକାଂକ୍ଷା ସଫଳ ହୋଇବ
ରହିଛି ଆଗ୍ରହ ଆନନ୍ଦ ଓ ବିଶ୍ୱାସ ।

ହଠ ଓ ଗରିବ ଅଭାବ ଅନୀତି
ଶୋଷଣ ନରହୁ ଏ ମର୍ତ୍ତ୍ୟ ମଣ୍ଡଳେ
ଶକ୍ତି ପାଇଁ ମାନ ସମ୍ମାନ ବଢ଼ୁହେ
ବିଶ୍ୱମ୍ଭରା ଚାରୁହସ ସର୍ବବେଳେ ।

ଲୋଭ କ୍ରୋଧ ମୋହ ମାୟା ଓ ହିଂସାକୁ
ହୃଦୟ ମନ୍ଦିରରୁ ତ୍ୟାଗ କରିବା
ମାନବିକତା ନିରପେକ୍ଷତା ଧରି
ମହତ୍ତ୍ୱ ଗୁଣକୁ ଆପଣେଇ ନେବା ।

ଭାଗ୍ୟକୁ ନ ଆଦରି କରମ ଅସ୍ତ୍ର
ଧରି ଅଗ୍ରସର ହୁଅ ରସାବନ୍ଧୁ
ସତ୍ୟ ଅହିଂସା ଦୟା କ୍ଷମା ନେଇ
ଡେଇଁ ଯାଅ ମହୀଧର ସପ୍ତସିନ୍ଧୁ ।

ଆନନ୍ଦ ଉଲ୍ଲାସେ ପ୍ରୀତି ଭାବରେ
ସର୍ବ ହୃଦୟରେ ଭରିଯାଉ ଆତ୍ମୀୟତା
ଭବ ସଂସାରକୁ ଅମୃତ ଦୃଷ୍ଟିରେ
ସର୍ବଦା ଚାହିଁ ଥାଅ ଶ୍ରୀସୃଷ୍ଟି କର୍ତ୍ତା ।

      ସାବିତ୍ରୀ ଭବନ , ସିଆରା ,
ବ୍ରହ୍ମଗିରି, ପୁରୀ ,ମୋ -8114334496 .




No comments:

Post a Comment