ବୁଝିଲୁନି ପ୍ରିୟା
ମୋ ପ୍ରେମର ମୂଲ
ଅଧବାଟେ ମୋତେ
ଛାଡି ଚାଲିଗଲ ।
ଛାତିରେ ଦରଜ
ହୃଦୟରେ କୋହ
ନୟନେ ଭରିଲୁ
ତୁ ଅଜସ୍ର ଲୁହ ।
ନିଶ୍ୱାସ ସ୍ପନ୍ଦନ
ଖୋଜୁଅଛି ମନ
ଯିବା ପରେ ବହେ
ବୈଶାଖୀ ପବନ ।
ଜାଣିବୁ କେମିତି
ଛାତି ତଳ ବ୍ୟଥା
ତୋର ଭାବନାରେ
ଥିଲା କପଟତା ।
ଯେଉଁଠି ଥାଆ ତୁ
ହସ ଖୁସିରେ ଥା
ଏବେବି ଝୁରୁଛି
ତୋର ମିଠା କଥା ।
ସାବିତ୍ରୀ ଭବନ, ସିଆରା ,
ବ୍ରହ୍ମଗିରି , ପୁରୀ , ମୋ -8114334496 ।

No comments:
Post a Comment