Monday, April 27, 2020

ପଖାଳ



ପଖାଳ ଭାତ ଦେହକୁ ବଢ଼ିଆ ପ୍ରମାଣ
ଦିଅନ୍ତି ପ୍ରଭୁ ଜଗା ବଳିଆ ,
ସର୍ବେ ଏକ ହେବା ପଖାଳ ଦିବସ ମାର୍ଚ୍ଚ
କୋଡିଏକୁ ସାଫଲ୍ୟ କରିବା ।

ପଖାଳ ସଙ୍ଗେ ବଡି ଚୁରା ଭଜା ଚଟଣି
ସୁନୁସୁନିଆ ଲେଉଟିଆ ଖଡା ,
ଆଃ କି ଆନନ୍ଦ ଭେଣ୍ଡି ଜହ୍ନି ସାରୁ ଚକଟା
ପୋଡା ମାଛ ଚିଙ୍ଗୁଡ଼ି କଙ୍କଡା ।

ସଜ ବାସି ଅଦା ଟଭା ଜିରା ଆମ୍ବ ଦହି
ପୁଣି କାକୁଡି କୋରା ପଖାଳ ,
ଯେତେ ଦୂରେ ଦେଖି ନିଦାଘ ସମୟେ
ସର୍ବ ପାଟିରୁ ବୁହଇ ଲାଳ ।

ମାଣବସା ଗୁରୁବାରେ ଭୋଗ ପରମ୍ପରା
ପଖାଳ ଓ କଳମ ଭୋଗ ,
ଉଡ୍ରେ ଭାଇ ଜିଉନ୍ତିଆ ଓଷା ପରଦିନ
ନାନୀ ଖାନ୍ତି ପଖାଳ ଶାଗ ।

ପଶ୍ଚିମବଙ୍ଗ ଛତିଶଗଡ଼ ଝାଡଖଣ୍ଡ
ବିହାର ତାମିଲନାଡୁ ଆସାମ ,
ପନ୍ତ ବୋରେ ମାରା ବକାଳ ପୋଇତା ଭାତ
ବିଭିନ୍ନ ରାଜ୍ୟରେ ଭିନ୍ନ ନାମ ।

ପଖାଳ ଭାତ ଓ ତୋରାଣି ପିତ୍ତ ନାଶକ
କୋଷ୍ଠ କାଠିନ୍ୟ ପେଟବ୍ୟଥା ,
ପୁଣି ଦୂର କରେ ଅଗ୍ନିମାନ୍ଦ୍ୟ ଅତିସାର
କେତେ ଉପକାରୀ ଜାଣିଥା ।

ସାବିତ୍ରୀ ଭବନ , ସିଆରା
      ବ୍ରହ୍ମଗିରି, ପୁରୀ
ମୋ- 8114334496  ।

No comments:

Post a Comment