ମୋ ପ୍ରେମିକା ଅଟେ ଭାରି ଲାଜେଇ
ପାଖେ ରହିଲେ ସେ ହୁଏ ଗେହ୍ଲେଇ ,
ମୋତେ ଦେଖିଦେଲେ ହୁଏ ଫୁଲେଇ
ଅପ୍ସରୀଠୁ ସୁନ୍ଦରୀ ହେଲେ ସଜେଇ ।
ବାପା ଓ ମା'ଙ୍କର ସୁକୁମାରିଟା
ରାଗି ମୁହିଁ ତୁତ ଅଭିମାନୀନୀଟା ,
ସାତ ଜନ୍ମେ ତୁହି ଗେହ୍ଲି ରାଣୀଟା
ହସ ଖୁସି ତୋର ଚନ୍ଦ୍ର ମନଟା ।
ଜମା କରେନା କାହା ସହ କଳି
ନୁହେଁ ଛନ୍ ଛନ୍ ନୁହେଁ ଚଗଲି ,
ଘର ଲୋକଙ୍କର ଅଟଉ ଗେହ୍ଲି
କେବେ ମୋତେ ତୁହି ନ ଯିବୁ ଭୁଲି ।
ସାବିତ୍ରୀ ଭବନ , ସିଆରା
ବ୍ରହ୍ମଗିରି , ପୁରୀ , ମୋ -8114334496 ।
No comments:
Post a Comment