Sunday, April 26, 2020

ନାରୀ


  


ସରଗସୁତା ଓ ଗଜମୁକୁତା
ନାରୀ ତୁମେ ପରା ଜଗତଜିତା ।

ନୁହେଁ ତୁମେ ଅବଳା କି ଦୁର୍ବଳା
ସଂଘାରକାରିଣୀ ଚଳଚଂଚଳା ।

କ୍ରାନ୍ତି ବିପ୍ଲବ ପୂଣ୍ୟ ସ୍ରୋତସ୍ୱିନୀ
ମଙ୍ଗଳମୟୀ କଲ୍ୟାଣକାରିଣୀ ।

ଦୁଃଖ କଷ୍ଟ ପାଷାଣ ପରି ସହେ
ଅଭିଯୋଗ ନା କାହା ପାଶେ କହେ ।

ବାତ୍ସଲ୍ୟ ମମତା ହୃଦୟେ ଭରା
ଖୁସି ହାସ୍ୟମୟୀ ସ୍ନେହ ପସରା ।

ଜାତି ଶକ୍ତି ସ୍ଥିତିର କର୍ଣ୍ଣଧାର
ପୁଣି ପ୍ରଗତି ମଧୁର ଝଙ୍କାର ।

ସୃଜନ ସ୍ବପ୍ନ ଧ୍ବଂସର ଝଲକ
ଶୁଭାକାଂକ୍ଷୀ ଓ ପଥପଦର୍ଶକ ।

କ୍ଷମା କୋମଳତାର ମୂର୍ତ୍ତିମନ୍ତ
ସମାଜେ ହିତେ ସଦା ଉତ୍ସର୍ଗୀତ ।

ସାବିତ୍ରୀ ଭବନ , ସିଆରା
       ବ୍ରହ୍ମଗିରି, ପୁରୀ
ମୋ - 8114334496

No comments:

Post a Comment