ମୋ ଜୀବନେ ତୁମେ ଆସିଛ
କିଛି ପରିବର୍ତ୍ତନ ନେଇ
ନିଜକୁ ସମର୍ପିତ କରି ।
ଆପଣା କରିବାର ଇଛା
ଭଲପାଇବାର ସଦିଛା ।
ମନ ହୃଦୟେ ଘର କରିବା ଲକ୍ଷ୍ୟ ରଖନ୍ତି
ପୁଳାଏ ସପନ ସହ ଘରେ ଗୋଡ ଥାପନ୍ତି ।
ପହିଲି ସୂର୍ଯ୍ୟାଦୟରେ ସ୍ନେହ ମମତାର ଆଦର
ଖାଦ୍ୟ ସମୟେ ସ୍ନେହ ମମତାର ଆଲଟ ଚାମର
ସଦାସର୍ବଦା ସେତ ସ୍ନେହ ଶ୍ରଦ୍ଧା ଯତ୍ନର ଭଣ୍ଡାର ।
ବିପଦ ଆପଦରେ ସାହାସର ପ୍ରତିଶୃତି
ରୂପସୀ ପ୍ରେୟସୀ ତୁମେ ମୋ ସୁନ୍ଦର ସ୍ମୃତି ।
ଟିକେ ଅନୁପସ୍ଥିତିରେ ନୟନର ଅଶ୍ରୁ
ପୁଣି ସମସ୍ୟା ସମାଧାନର ରାସ୍ତା
ସଭିଙ୍କ ମନ ଜିଣିବା କଥା ।
ଅନାବିଳ ସ୍ନେହ ସମ୍ପର୍କ
ତୁମେ ମୋ ପ୍ରେମର କୋଣାର୍କ
ତୁମେ ମୋ ସୁନ୍ଦରୀ ସଙ୍ଗିନୀ
ସ୍ତ୍ରୀ.........ସ୍ତ୍ରୀ.........ସ୍ତ୍ରୀ ।
ସାବିତ୍ରୀ ଭବନ , ସିଆରା
ବ୍ରହ୍ମଗିରି , ପୁରୀ ,
ମୋ -8114334496 .
No comments:
Post a Comment