ସମସ୍ତେ କୁହନ୍ତି ଟିକି ଶିଶୁଟି
ଗୁଲୁରୁ ଗୁଲୁରୁ ମୋର କଥାଟି ,
ଯୁକ୍ତାକ୍ଷର ନୁହେଁ ମୋର ଶବ୍ଦଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ନୁହେଁ ଅଭିଧାନ ମୋର ଶବ୍ଦଟି
ବା ଓ ମା ଡାକଇ ନିତି ମୁହିଁଟି,
ଜେଜେ ଓ ମାଙ୍କର ମୁହିଁ ସାଥିଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ଥୁକୁଲୁ ଥାକୁଲୁ ଚାଲି ମୋରଟି
ଖିଲି ଖିଲି ହସ ମୋର ମୁହଁଟି ,
ଦୁଃଖୀର ଦୁଃଖ ମୁଁ ନେଇ ଯାଏଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ବାଲି ନଟପଟ ଖେଳ ମୋରଟି
ହିଂସା ଓ କପଟ ଜାଣି ନାହିଁଟି ,
ମାଆର ପଣତ ମୋର ସ୍ୱର୍ଗଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ସାବିତ୍ରୀ ଭବନ , ସିଆରା
ବ୍ରହ୍ମଗିରି , ପୁରୀ
ମୋ - 8114334496 .
No comments:
Post a Comment